ବିବାଦ ମଧ୍ୟରେ ନୟନତାରାଙ୍କୁ ସପୋର୍ଟ କଲେ ଜାହ୍ନବୀ କପୁର, କହିଲେ-ସେ ସାହସି ମହିଳା

Published By : Prameya-News7 Bureau | November 19, 2024 IST

ମୁମ୍ଵାଇ ୧୯।୧୧; ସାଉଥ୍ ଲେଡି ସୁପରଷ୍ଟାର୍ ନୟନତାରା । ତାଙ୍କ ଡକ୍ୟୁମେଣ୍ଟାରୀ 'ନୟନତାରା: ବିଉଣ୍ଡ୍ ଫେରି ଟେଲ୍' ପାଇଁ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏହା ୧୮ ନଭେମ୍ବରରେ ନେଟଫ୍ଲିକ୍ସରେ ପ୍ରିମିୟର୍ ହୋଇଥିଲା । ଏହି ଡକ୍ୟୁମେଣ୍ଟାରୀରେ, ନୟନତାରାଙ୍କ ଜୀବନର ବିଶେଷ ମୂହୁର୍ତ୍ତ ତଥା କ୍ୟାରିୟର ସଫଳତା ଏବଂ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ କିଛି ଦର୍ଶାଯାଇଛି । ତେବେ ଏହାକୁ ନେଇ ନୟନତାରା-ଧନୁଷଙ୍କ ମଧ୍ୟରେ ବିବାଦ ଲାଗି ରହିଛି।

ଏହି ବିବାଦ ଆରମ୍ଭ ହୋଇଥିଲା ଯେତେବେଳେ ଧନୁଷ ନୟନତାରାଙ୍କ ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀକୁ ବିନା ଅନୁମତିରେ ତାଙ୍କ ଚଳଚ୍ଚିତ୍ର 'ନାନୁମ୍ ରାଉଡି ଧାନ'ର କିଛି ଗୀତ ଏବଂ ଦୃଶ୍ୟ ଦେଖାଇଥିବାର ଅଭିଯୋଗ କରିଥିଲେ। ଏଥିପାଇଁ ଧନୁଷ ୧୦ କୋଟି ଟଙ୍କା କ୍ଷତିପୂରଣ ମାଗିଥିଲେ ଏବଂ ଏହାର ଏକ ଆଇନଗତ ବିଜ୍ଞପ୍ତି ମଧ୍ୟ ରହିଥିଲା। ଏହା ପରେ ନୟନତାରା ଧନୁଷଙ୍କୁ ଏକ ଓପନ ଲେଟର ଲେଖିଥିଲେ, ଏହାର ଉତ୍ତରରେ ଧନୁଷଙ୍କ ଓକିଲ ଏକ ବିବୃତ୍ତି ପ୍ରଦାନ କରିଥିଲେ ଯେଉଁଥିରେ ନୟନତାରା ଏବଂ ନେଟଫ୍ଲିକ୍ସକୁ ୨୪ ଘଣ୍ଟା ମଧ୍ୟରେ ଏହାକୁ ହଟାଯାଉ। 

ଯେତେବେଳେ ନୟନତାରା ଧନୁଷଙ୍କ ନାମରେ ଏକ ଚିଠି ଲେଖିଥିଲେ, ଦକ୍ଷିଣର ଅନେକ ବଡ ଅଭିନେତ୍ରୀ ତାଙ୍କୁ ସମର୍ଥନ କରିଥିଲେ । ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ମଧ୍ୟ ତାଙ୍କ ସମର୍ଥନରେ ଆଗକୁ ଆସି ଅଭିନେତ୍ରୀଙ୍କୁ ଜଣେ 'ଶକ୍ତିଶାଳୀ ମହିଳା' ବୋଲି କହିଛନ୍ତି। ନିକଟରେ ନୟନତାରାଙ୍କ ଡକ୍ୟୁମେଣ୍ଟାରୀର ପୋଷ୍ଟର ସେୟାର କରିବାବେଳେ ଜାହ୍ନବୀ କ୍ୟାପସନରେ ଲେଖିଛନ୍ତି,' ଜଣେ ମହିଳା ନିଜକୁ ଅଧିକ ଶକ୍ତିଶାଳୀ କରିବା ଅପେକ୍ଷା ଅଧିକ ପ୍ରେରଣାଦାୟକ କରିବା ଉଚିତ୍‌ '। ତାଙ୍କର ଏହି ପୋଷ୍ଟ ଖୁବ୍‌ ଭାଇରାଲ ହେଉଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.